ଆୟୁର୍ବେଦ ହିସାବ୍ ରେ ଖଜୁରୀ କୁ ବହୁତ୍ ପ୍ରାଧାନ୍ୟ ଦିଆଯାଇଛି । ଖଜୁରୀ ହେଉଛି ଶକ୍ତି ବର୍ଧନକାରୀ । ଏପରିକି ସବୁ ଦିନ କିଛି କିଛି ଖଜୁରୀ ଖାଇବା ଭଲ ବୋଲି ମଧ୍ୟନ୍ ପରାମର୍ଶ ଦିଆଯାଏ । ଯେହେତୁ ଖଜୁରୀ ବହୁତ୍ ସୁଖାହୋଇ ଥାଏ ସେଥି ଲାଗି ତାକୁ ହଜମ କରିବା ୟିକେ କଷ୍ଟ, ତ ଆୟୁର୍ବେଦ କୁହେ ଯେ ଖଜୁରୀ କୁ ବତୁରେଇ କି ଖାଇଲେ ଭଲ ହଜମ୍ ହୁଏ ଆଉ ଅନୁକୁଳ ମଧ୍ୟନ୍ । ଘରୋଇ ଉପାୟ ଟି ହେଲା ଗୋଟିଏ କାଚ ଜାର୍ (ବମ୍)ରେ ତରଲ ଘିଅ ରେ ବତୁରି ରଖିଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଦୁଇ ଚାରୋଟି ଲେଖାଁ ଖାଇବା ଦରକାର । ଆପଣ ଗୋଟେ ସୁନ୍ଦର ପାନୀୟ ମଧ୍ୟନ୍ ତିଆରିକରିପାରିବେ ଆଉ ସପରିବାରେ ମଧ୍ୟନ୍ ଆନନ୍ଦରେ ଖାଇ ଖୁଶି ହେବେ ।

ପାନୀୟ କିପରି ପ୍ରସ୍ତୁତ କରିବେ ?

୫ ଟି ଖଜୁରୀ ଆଉ ୧୦ ଟି ପିସ୍ତା ବାଦମକୁ ପାଣିରେ ୧୦ – ୧୨ ଘଣ୍ଟା ବତୁରାଇଦିଅନତୁ ।
ପିସ୍ତା ବାଦମ୍ ବତୁରିଗଲୟ ପରେ ତାର ଚୋପା ଛଡାଇଦିଅନ୍ତୁ ।
ଗ୍ରାଇନ୍ଡର ରେ ଖଜୁରୀ କୋଳିକୁ ମଂଜି ବାହାର କରି ପକାନ୍ତୁ ଏବଂ ତ ସହିତ ପକାନ୍ତୁ ପିସ୍ତା ବାଦମ୍, ୫୦୦ ମି.ଲି. ଉସୁମ୍ ଖିର , ଅଧ ଚାମୁଚ ଡାଲଚିନି ଗୁଣ୍ଡ, ଗୋଟେ ଚାମଚ୍ ଘିଅ , ଅଧ ଚାମଚ୍ ଯାଇ ଫଳ ଚୁର୍ନ ପକାନ୍ତୁ ଆଉ ଭଲ କରି ମିନ୍ କରି ବାଟି ଦିଅନ୍ତୁ ।
ପାତ୍ରରେ ବାହାର କରି ସମସ୍ତଂକୁ ଦିଅନ୍ତୁ ।

ଏହି ପାନୀୟ ଟି ଆପଣଂକର ଶରୀରର ସମସ୍ତ ସ୍ନାଉ ଜନିତ ଦୁର୍ବଳତା କୁ ଦୂର କରିବାରେ ସାହାଜ୍ୟ କରିବା ଆଉ ଏହାକୁ ଶୋଇବା ପୁରବରୁ ଖାଇଲେ ଭଲ ଫଳ ମିଳିବ ।